ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ୍‌, ରିପୋର୍ଟ ପ୍ରଦାନ କଲେ କମିଟି ଅଧ୍ୟକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ

ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ୍‌ । ସେହି ଆଇନ୍‌ରେ ଶ୍ରୀମନ୍ଦିର ଭଳି ରହିବ ସ୍ୱତନ୍ତ୍ର ବ୍ୟବସ୍ଥା । ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ । ଏହି ଅବସରରେ ଜଷ୍ଟିସ କହିଛନ୍ତି, ମନ୍ଦିର ନୀତିକାନ୍ତି, ସୁରକ୍ଷା, ସେବାୟତଙ୍କ ସୁବିଧା ଅସୁବିଧା ପ୍ରାପ୍ୟ ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ରିପୋର୍ଟରେ ରହିଛି । ଜାନୁଆରୀ ୨୦୨୬ରେ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ଭଳି ଆଇନ ବ୍ୟବସ୍ଥା ମଧ୍ୟ ରହିବ । ଯଦି ନୀତିକାନ୍ତିରେ ତ୍ରୁଟି ବିଚ୍ୟୁତି ଦେଖାଯାଏ ଆକ୍ସନ ଭଳି ପଦକ୍ଷେପ ନିଆଯାଇପାରେ । କମିଟି ରିପୋର୍ଟରେ ଭକ୍ତ, ସେବାୟତ, ଏଏସଆଇ, ରାଜ୍ୟ ଗ୍ରନ୍ଥାଗାର, ଆଇନ ବିଶାରଦମାନଙ୍କ ମତ ରହିଛି। ଆଗାମୀ ଦିନରେ ମଧ୍ୟ ଅନେକଙ୍କ ମତ ସଂଗ୍ରହ କରାଯାଇ ଚୂଡ଼ାନ୍ତ ରିପୋର୍ଟ ଆସିପାରେ। ରିପୋର୍ଟ ଗୁଡ଼ିକ ସରକାର ଅନୁଧ୍ୟାନ କରି ଆଇନ୍‌ରେ ପରିଣତ କରିବେ ।