ହର୍ମୁଜରେ ଇରାନ ନୌସେନାର ଯେ କୌଣସି ବୋଟ୍‌କୁ ଦେଖିବା ମାତ୍ରେ ଧ୍ୱଂସ କରିଦେବାକୁ ଟ୍ରମ୍ପଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪/୦୪: ଇରାନ-ଆମେରିକା ଯେ କୌଣସି ମୁହୂର୍ତ୍ତରେ ପୁଣି ଭୀଷଣ ଯୁଦ୍ଧକୁ ଓହ୍ଲାଇ ପାରନ୍ତି । ଯୁଦ୍ଧବିରତି ସମୟସୀମା ଶେଷ ହେବାକୁ ଯାଉଥିବାବେଳେ ହର୍ମୁଜରେ ଇରାନ ନୌସେନାର ଯେ କୌଣସି ବୋଟ୍‌କୁ ଦେଖିବା ମାତ୍ରେ ଧ୍ୱଂସ କରିଦେବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ବିଶ୍ୱ ତୈଳ ବଜାରରେ ପୁଣିଥରେ ହଇଚଇ ସୃଷ୍ଟି କରିଛି । ଏପଟେ ଇରାନ ମଧ୍ୟ ନିଜର ସୁରକ୍ଷା ପଦକ୍ଷେପ ବଢ଼ାଇ ଦେଇଛି । ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀରେ ସମୁଦ୍ର ମଧ୍ୟରେ ମାଇନ ବିଛାଉଥିବା ଇରାନ ସୈନିକଙ୍କ ବିରୋଧରେ ଘାତକ ଶକ୍ତି ପ୍ରୟୋଗ କରାଯିବ ବୋଲି କହିଛି ଆମେରିକା । ମାଇନ ବିଛାଇବା କାର୍ଯ୍ୟକୁ ଟାର୍ଗେଟ୍ କରି ଟ୍ରମ୍ପ ପ୍ରଶାସନ ଇରାନର ଅବରୋଧ କ୍ଷମତାକୁ ଶେଷ କରିବାକୁ ଚାହୁଁଛି ।