ନୂଆଦିଲ୍ଲୀ, ୨୧/୦୪: କେରଳମର ତ୍ରିସୁର ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ବାଣ ସାମଗ୍ରୀ ପ୍ରସ୍ତୁତ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ଅନେକ ଦୂର ପର୍ୟ୍ୟନ୍ତ ଶୁଣାଯାଇଥିଲା । ଏହି ଘଟଣା ପରେ, ସମଗ୍ର ଅଞ୍ଚଳରେ ନିଆଁ ଏବଂ ଘନଧୂଆଁ ବ୍ୟାପି ଯାଇଥିଲା। ବିସ୍ଫୋରଣ ସମୟରେ କାରଖାନାରେ ପ୍ରାୟ ୪୦ ଜଣ ଥିଲେ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପିଛା ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।ସେହିଭଳି ଦିନକ ତଳେ ତାମିଲନାଡ଼ୁରେ ବାଣ କାରଖାନାରେ ବିସ୍ଫୋରଣ ଘଟି ୨୦ ଜୀବନ ଯାଇଥିଲା ।