ଓଡ଼ିଶା ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ନିଷ୍ପତ୍ତି, ୧୦ଟି ନୂଆ ରୁଟ୍‌କୁ ମିଳିଲା ଅନୁମୋଦନ

ଭୁବନେଶ୍ୱର,୨୧/୦୪: ଓଡ଼ିଶା ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ନିଷ୍ପତ୍ତି। ୧୦ଟି ନୂଆ ରୁଟ୍‌କୁ ମିଳିଲା ଅନୁମୋଦନ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ମ ଉଚ୍ଚସ୍ତରୀୟ କମିଟି ବୈଠକରେ ରାଜ୍ୟର ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଷ୍ଟାର୍ ଏୟାର୍ ପକ୍ଷରୁ ପ୍ରସ୍ତାବିତ ୧୦ଟି ନୂଆ ରୁଟ୍‌କୁ କମିଟି ଅନୁମୋଦନ କରିଛି। ଏଥିରେ ଝାରସୁଗୁଡ଼ାରୁ ଅହମ୍ମଦାବାଦ, ଜୟପୁର, ପୁଣେ ଏବଂ ଭୁବନେଶ୍ୱରରୁ ତିରୁପତି ଓ ସୁରଟ ଭଳି ପ୍ରମୁଖ ସହରକୁ ସିଧାସଳଖ ବିମାନ ଚଳାଚଳ ସାମିଲ ଅଛି। ପୁରୀଠାରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ବା AAI ସହ ମିଳିତ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି।