ଭୁବନେଶ୍ୱର,୨୦/୦୪: ଅକ୍ଷୟ ତୃତୀୟା ଅବସରରେ ଆଜି ୪୧ ଲକ୍ଷ୍ ୬୮ ହଜାର ଚାଷୀଙ୍କୁ ମିଳିଛି ସିଏମ କିଷାନ ସହାୟତା । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ଜରିଆରେ ୮୩୮ କୋଟି ୪୮ ଲକ୍ଷ ଟଙ୍କା ପଠାଇଛନ୍ତି ସରକାର । ଗତ ସେପ୍ଟେମ୍ୱର ମାସରେ ୫୧ ଲକ୍ଷ ୫୪ ହଜାର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ସିଏମ କିଷା ଟଙ୍କା ପାଇବାରୁ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ହିତାଧିକାରୀ ବାଦ ପଡ଼ିଛନ୍ତି ।ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ସିଏମ କିଷାନର ହିତାଧିକାରୀ ହେବା ଆବଶ୍ୟକୀୟ ମାନଦଣ୍ଡ ଯେଉଁମାନେ ପୂରଣ କରୁ ନାହାନ୍ତି । ସେମାନଙ୍କୁ ଆର୍ଥିକ ସହାୟତାର ବାଦ ଦିଆଯାଇଛି । କୃଷକ ପଞ୍ଜିକରଣ, ଏକକ ମୋବାଇଲ ନମ୍ୱର , ବ୍ୟାଙ୍କ ଖାତା ସହ ଆଧାର ପଞ୍ଜିକରଣ ସହ ଇକେୱାସି ଅପଡେଟ କରିନାହାନ୍ତି । ସେମାନଙ୍କୁ ଖାତାକୁ ଟଙ୍କା ଯାଇପାରିନାହିଁ ।