ଭୁବନେଶ୍ୱର, ୨୦/୦୪: କଟକର ସିଆରଆରଆଇଠାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି କନକବର୍ଦ୍ଧନ ସିଂହଦେଓ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ବିଭୁ ତରାଇ ମଧ୍ୟ ଉପସ୍ଥିତ ରହିଛନ୍ତି । ଅଖିମୁଠି ଅନୁକୂଳ ସହ ହଳ କରି ଜମିରେ ବିହନ ବୁଣିଲେ ମୁଖ୍ୟମନ୍ତ୍ରୀ । ପରେ ଚାଷୀଙ୍କୁ ବାଣ୍ଟିବେ ସିଏମ୍ କିଷାନ ଟଙ୍କା । ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟ ଆସିବ ସିଏମ୍ କିଷାନ ଟଙ୍କା । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଜମିରେ ପୂଜାପାଠ ପରେ ପ୍ରଥମ କରି ବିହନ ବୁଣି ଚାଷ କାମ ଆରମ୍ଭ କରୁଛନ୍ତି ଚାଷୀ ।