ନୂଆଦିଲ୍ଲୀ,୧୮/୦୪: ତାମିଲନାଡୁରେ ଭୟଙ୍କର ଦୁର୍ଘଟଣା । କେରଳର ଏକ ପର୍ଯ୍ୟଟକ ଭ୍ୟାନ ତାମିଲନାଡୁ କୋଇମ୍ବାଟୋର ଜିଲ୍ଲାର ଭାଲପାରାଇ ପାହାଡ଼ରୁ ଖସିପଡ଼ିଛି । ଦୁର୍ଘଟଣାରେ ୯ ଜଣଙ୍କ ଜୀବନ ଯାଇଛି । ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।୧୩ ଜଣଙ୍କୁ ନେଇ ଯାଉଥିବା ଭ୍ୟାନଟି ଭାଲପାରାଇ-ପୋଲାଚ୍ଚି ପାହାଡ଼ ରାସ୍ତାରେ ତଳକୁ ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ଥିଲା । ଗାଡ଼ିଟି ରସ୍ତା କଡ଼ ବ୍ୟାରିୟରକୁ ଧକ୍କା ଦେଇ ତଳକୁ ପଡ଼ିଥିଲା ।