ଆଉ ୫ ଦିନ ସମୟ ସୀମା ବଢିବ ସୁଭଦ୍ରା ଆବେଦନ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର,୧୪/୦୪: ସୁଭଦ୍ରା ଯୋଜନାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଯେଉଁ ମହିଳାମାନେ ଏପର୍ୟ୍ୟନ୍ତ ଏହି ଯୋଜନାରେ ସାମିଲ ହୋଇପାରି ନାହାଁନ୍ତି, ସେମାନଙ୍କ ପାଇଁ ଖୁସି ଖବର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ, ଚଳିତ ମାସ ୧ ତାରିଖରୁ ୩୦ ତାରିଖ ପର୍ୟ୍ୟନ୍ତ ନୂଆ ହିତାଧିକାରୀମାନେ ଆବେଦନ କରିପାରିବେ। ବିଶେଷ କରି ଯେଉଁ ଯୁବତୀମାନେ ନୂଆ କରି ୨୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି, ସେମାନେ ଏବେ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ। ଯଦିଓ ଆବେଦନକାରୀଙ୍କ ସଂଖ୍ୟା ବର୍ତ୍ତମାନ କମ୍ ରହିଛି, କିନ୍ତୁ ସରକାରଙ୍କ ପାଖରେ ପର୍ୟ୍ୟାପ୍ତ ସମୟ ଅଛି ବୋଲି ସେ କହିଛନ୍ତି। ଯଦି କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ସର୍ଭର ସମସ୍ୟା ଯୋଗୁଁ ମହିଳାମାନେ ଆବେଦନ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସରକାର ଆଉ ୫ ଦିନ ସମୟ ସୀମା ବଢ଼ାଇବାକୁ ପ୍ରସ୍ତୁତ ଅଛନ୍ତି। କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବଞ୍ଚିତ ନହେବେ, ତାହା ସରକାରଙ୍କ ପ୍ରାଥମିକତା।