ଭୁବନେଶ୍ୱର, ୧୪/୦୪: ଦୀର୍ଘ ୨୦ ବର୍ଷ ଧରି ବିହାର ଚାଲିଥିବା ନୀତିଶ ଯୁଗର ସମାପ୍ତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କ୍ୟାବିନେଟ୍ ଭଙ୍ଗ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ ରାଜ୍ୟସଭା ସାଂସଦ ଭାବେ ଦିଲ୍ଲୀ ଯାଉଛନ୍ତି । ଏସବୁ ଭିତରେ ବିହାର ପାଇଁ ନୀତିଶ କୁମାର ଶେଷ ଚିଠି ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି କି, ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ବିହାର ଲୋକଙ୍କ ପାଇଁ ସେ ଅନେକ କାମ କରିଛନ୍ତି । ଏତେଦିନ ବିହାର ଲୋକମାନେ ତାଙ୍କୁ ସେବା କରିବାର ସୁଯୋଗ ଦେଇଥିବାରୁ ସେ ବିହାରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନୀତିଶ ଲେଖିଛନ୍ତି କି, “ଆପଣ ଜାଣିଛନ୍ତି ନଭେମ୍ବର ୨୪, ୨୦୦୫ ରେ ରାଜ୍ୟରେ ପ୍ରଥମଥର ପାଇଁ ଏନଡିଏ ସରକାର ଗଠନ ହୋଇଥିଲା । ସେବେଠାରୁ ବିହାରରେ ଆଇନର ରାଜୁତି ଚାଲିଛି । ଏହାସହ ଏନଡିଏ ସରକାର ଲଗାତାର ଭାବେ ବିହାର ବିକାଶ ପାଇଁ କାମ କରୁଛି । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ସବୁ ବର୍ଗର ଲୋକଙ୍କ ହିତ ପାଇଁ ବିହାର ସରକାର କାମ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ନିଯୁକ୍ତି, କୃଷି, ମହିଳା, ଯୁବକ ସମସ୍ତଙ୍କ ପାଇଁ ଏନଡିଏ ସରକାର କାମ କରୁଥିଲା ଓ ଆଗାମୀ ଦିନରେ ମଧ୍ୟ କାମ କରିବ’।