ଭୁବନେଶ୍ୱର,୧୩/୦୪:ଚିନ୍ତା ବଢାଇଲା ଭାରତୀୟ ପାଣିପାଗ ବିଭାଗର ଆକଳନ। ଚଳିତ ବର୍ଷ ଏଲନିନୋ ପ୍ରଭାବରେ ସ୍ୱାଭାବିକ ଠାରୁ କମ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏପଟେ ଓଡ଼ିଶାରେ ଅସହ୍ୟ ତାତି ଓ ଗୁଳଗୁଳି ଜନଜୀବନକୁ ବ୍ୟତିବ୍ୟସ୍ତ କରିଛି। ମୌସୁମୀ ଋତୁରେ ବର୍ଷାକୁ ନେଇ ଭାରତୀୟ ପାଣପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢାଇ ଦେଇଛି। ଏଲନିନୋ ପ୍ରଭାବ ସଂପର୍କିତ ଆକଳନ ଅନୁସାରେ ଏଥର ମୌସୁମୀ ରୁତୁରେ ସ୍ୱାଭାବିକ ଠାରୁ କମ ବର୍ଷା ହେବ। ହାରାହାରି ୯୬-୧୦୪% ବର୍ଷା ହେଲେ ତାହାକୁ ସ୍ବାଭାବିକ ବର୍ଷା ବୋଲି କୁହାଯାଇଥାଏ। କିନ୍ତୁ ଆଇଏମଡିର ଆକଳନ, ଚଳିତ ବର୍ଷ ୯୨% ବର୍ଷା ସମ୍ଭାବନା। ଅର୍ଥାତ ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକ ଠାରୁ ୪% କମ୍ ବର୍ଷା ପୂର୍ବାନୁମାନ କରାଯାଇଛି।