୧୦୦ ଫୁଟ୍ ତଳକୁ ଖସିଲା ଯାତ୍ରୀବାହୀ ବସ୍, ୨୫ରୁ ଅଧିକ ଯାତ୍ରୀ ଆହତ

ଭୁବନେଶ୍ୱର,୧୧/୦୪: କୋରାପୁଟ ଜିଲ୍ଲା ସୁଙ୍କି ଘାଟିରେ ଓଲଟିଲା ସରକାରୀ ଭଲଭୋ ବସ୍ । ୧୦୦ ଫୁଟ୍ ତଳକୁ ଖସିଲା ଏହି ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସ୍‌ଟି ଭବାନୀପାଟଣା ଠାରୁ ବିଶାଖାପାଟଣା ଯାଉଥିଲା । ତେବେ ସୁଙ୍କି ଘାଟିରେ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍ ବସଟି ଖାଇକୁ ଖସିପଡ଼ିଥିଲା । ଖବର ପାଇଁ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ। ଆହତ ଯାତ୍ରୀଙ୍କୁ ପଟ୍ଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।