ଚଳିତ ଆଇପିଏଲ୍‌ରୁ ଓହରିଲେ ଶ୍ରୀଲଙ୍କା ଲେଗ୍‌ ସ୍ପିନର୍‌ ୱାନିନ୍ଦୁ ହସରଙ୍ଗା

ନୂଆଦିଲ୍ଲୀ,୧୦/୦୪: ଶ୍ରୀଲଙ୍କା ଲେଗ୍‌ ସ୍ପିନର୍‌ ୱାନିନ୍ଦୁ ହସରଙ୍ଗା ଚଳିତ  ଆଇପିଏଲ୍‌ରୁ ଓହରିଛନ୍ତି । ଗତ ଫେବ୍ରୁଆରିରେ ତାଙ୍କର ମାଂସପେସୀ ଜନିତ ଅଘାତ ସମସ୍ୟା ଦେଖାଯାଇଥିଲା । ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନଥିବାରୁ ସେ ଏହି ଲିଗ୍‌ରୁ ଓହରିବାକୁ ବାଧ୍ୟ ହୋଇଛନ୍ତି । ତାଙ୍କୁ ନିଲାମରେ ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ୨ କୋଟି ଟଙ୍କାରେ କିଣିଥିଲା । ଗତକାଲି ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌ସର ଗ୍ଲୋବାଲ ନିର୍ଦେଶକ ଟମ୍‌ ମୁଡି କହିଛନ୍ତି ଯେ ହସରଙ୍ଗା ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନଥିବାରୁ ଚଳିତ ଆଇପିଏଲ୍‌ରେ ଖେଳି ପାରିବେନି । ତାଙ୍କ ବଦଳ ଖେଳାଳି ନାଁ ଆମେ ଶୀଘ୍ର ଘୋଷଣା କରିବୁ।