ନୂଆଦିଲ୍ଲୀ,୦୭/୦୪: ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦୁଇ ଗୁଣା ୫ କେଜି ଗ୍ୟାସ ସିଲିଣ୍ଡର କୋଟା ବଢାଇଲେ କେନ୍ଦ୍ର ସରକାର । ଏହି ପାଞ୍ଚ କେଜି ଏଫଟିଏଲ ଗ୍ୟାସ କେବଳ ପ୍ରବାସୀ ଶ୍ରମିକଙ୍କ ପାଇଁ ଉପଲବ୍ଧ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଇରାନ ସହ ଆମେରିକାର ଯୁଦ୍ଧ ଭିତରେ ଗ୍ୟାସ ଓ ତୈଳର ଅଭାବ ସାରା ଦେଶରେ ଦେଖାଦେଇଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିଥିଲା । ଦେଶରେ ଗ୍ୟାସ୍ର ସାମୟିକ ଅଭାବ ଦେଖାଦେବା ଫଳରେ ସବୁଠୁ ଅଧିକ ହନ୍ତସନ୍ତ ହୋଇଥିଲେ ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକ । ସ୍ଥାୟୀ ଠିକଣା ପ୍ରମାଣପତ୍ର ନଥିବାରୁ ଏହି ଶ୍ରମିକମାନେ ୧୪ କେଜିଆ ବଡ଼ ସିଲିଣ୍ଡର ପାଇବାରେ ଅସମର୍ଥ ହୁଅନ୍ତି । ସେମାନଙ୍କ ପାଇଁ ଏକମାତ୍ର ସାହା ହେଉଛି ୫ କେଜିଆ ଛୋଟ ସିଲିଣ୍ଡର । କିନ୍ତୁ ଯୋଗାଣ କମ୍ ଥିବାରୁ କିଛି ଅସାଧୁ ବ୍ୟବସାୟୀ ଏହାର କଳାବଜାରୀ କରି ଅଧିକ ଦାମରେ ବିକ୍ରି କରୁଥିଲେ।