ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକରେ ସକାଳୁଆ କ୍ଲାସ ଆରମ୍ଭ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨/୦୪: ରାଜ୍ୟରେ ଏପ୍ରିଲ ମାସ ଆରମ୍ଭରୁ ହିଁ ପ୍ରଚଣ୍ଡ ଖରା ହେଉଛି । ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମ ପ୍ରବାହ ବା ‘ହିଟ୍‌ ଓ୍ବେଭ୍‌’ର ସ୍ଥିତି ରହିଛି। ଏହାସହ  ଅନେକ ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଅତିକ୍ରମ କଲାଣି । ଏହି ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକରେ ସକାଳୁଆ କ୍ଲାସ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ବର୍ତ୍ତମାନ ସ୍କୁଲଗୁଡ଼ିକ ସକାଳ ୬ଟା ୩୦ ମିନିଟ୍‌ରେ ଆରମ୍ଭ ହୋଇ ଦିନ ୧୦ଟା ପର୍ଯ୍ୟନ୍ତ ଚାଲିବ ।