ଭୁବନେଶ୍ୱର,୨୫/୦୩: ପୁରୀ ଶ୍ରୀମନ୍ଦିରରେ ଗୋଟିଏ ପଟରେ କଡ଼ା ସୁରକ୍ଷା ଭିତରେ ରତ୍ନ ଗଣତି ଚାଲିଛି। ଅନ୍ୟପଟେ ଆଜି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିଥିବା ନଜର ଆସିଛି । ଏହି ଘଟଣାରେ ସିଂହଦ୍ୱାର ପୁଲିସ ୨ ଜଣଙ୍କୁ ଅଟକ ରଖିଛି । ଶ୍ରୀମନ୍ଦିର ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୫୦୦ ମିଟର ଦୂରରେ ମାଟି ମଣ୍ଡପ ସାହିର ଏକ କୋଠାରୁ ଡ୍ରୋନଟିକୁ ଅପରେଟ୍ କରାଯାଉଥିଲା ବୋଲି ପ୍ରାଥମିକ ସୂଚନା ମିଳିଛି । ତେବେ ପୋଲିସ୍ ଏହାକୁ ଡି ଆକ୍ଟିଭେଟ କରିବାରେ ସକ୍ଷମ ହୋଇଛି ।ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଦୀର୍ଘ ସମୟ ଧରି ଡ୍ରୋନ୍ ଉଡ଼ିବା,ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟିବା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ବାନା ପରିବର୍ତ୍ତନ ସମୟରେ ଘଟିଥିଲା ଏହି ଘଟଣା। ଦୁଇଟି ଡ୍ରୋନ ଏକା ସାଙ୍ଗରେ ଉଡ଼ିବା ଦେଖା ଦେଇଥିଲା ।