ଜିପିଆର୍ ସର୍ଭେରୁ ମିଳିଛି ନୂଆ ତଥ୍ୟ, ଶ୍ରୀମନ୍ଦିର ଚୌହଦୀରେ ରହିଛି ମୂଲ୍ୟବାନ ଧାତୁ

ଭୁବନେଶ୍ୱର,୨୪/୦୩: ଜିପିଆର୍ ସର୍ଭେରୁ ଆସୁଛି ନୂଆ ନୂଆ ତଥ୍ୟ। ଶ୍ରୀମନ୍ଦିର ଚୌହଦୀରେ ରହିଛି ମୂଲ୍ୟବାନ ଧାତୁ। ଏମାର ମଠ ପାର୍ଶ୍ୱ ଅଞ୍ଚଳରେ ରହିଛି ସର୍ବାଧିକ ଭଗ୍ନାବଶେଷ । ରଥଖଳା ସିଂହଦ୍ୱାର ପାର୍ଶ୍ୱ ମାଟି ତଳେ ରହିଛି ଅନେକ କୀର୍ତ୍ତିରାଜି। ଭୂମିର ୦.୬ ମିଟରରୁ ୪.୮ ମିଟର ମଧ୍ୟରେ ରହିଛି ଐତିହାସିକ ଭଗ୍ନାବଶେଷ। ୦.୮ ମିଟରରୁ ୧.୬ ମିଟର ମଧ୍ୟରେ ରହିଛି ଦୁର୍ଲଭ ଧାତୁ। ପୁଣି ସିଂହଦ୍ୱାର ଭୂମି ତଳେ ୦.୭ରୁ ୧.୮ ମିଟର ତଳେ ୩୭ଟି ଭଗ୍ନାବଶେଷର ଧାତୁ ସଦୃଶ ସାମଗ୍ରୀ ରହିଛି। ରଥଖଳା ଅଞ୍ଚଳରେ ୦.୬ରୁ ୨.୫ ମିଟର ତଳେ ଧାତବ ସାମଗ୍ରୀ ରହିଛି। ଖେଳ ପଡ଼ିଆ ଭଳି ଜାଗା ରହିବା ସହ ଶ୍ରୀମନ୍ଦିର ଉତ୍ତର ପୂର୍ବ ଅଞ୍ଚଳରେ ମାଟି ତଳେ ପ୍ରାଚୀର, ସୁଡ଼ଙ୍ଗ, ଜଳ ନିଷ୍କାସନ ପଥ ରହିଛି। ସମୁଦ୍ର ଠାରୁ ଶ୍ରୀମନ୍ଦିର ସୁଡ଼ଙ୍ଗ ରହିଥିବା ବେଳେ ଇଂରାଜୀ ‘ଟି’ ସଦୃଶ ଅବଶେଷ ରହିଛି।