ଭୁବନେଶ୍ୱର,୨୪/୦୩: ପୁଣି ଖସିଲା ସୁନା ଓ ରୁପା ମୂଲ୍ୟ । ସୁନା ଦରରେ ୪୦ ବର୍ଷରୁ ଅଧିକ ସମୟରେ ସବୁଠାରୁ ଖରାପ ସାପ୍ତାହିକ ହ୍ରାସ ଦେଖିବାକୁ ମିଳିଛି । ୧୦ ଗ୍ରାମ ସୁନା ପିଛା ୭ ହଜାର ଟଙ୍କା ହ୍ରାସ ପାଇଛି ମୂଲ୍ୟ । ସୋମବାର ସୁନା ଦର ୩%ରୁ ଅଧିକ ଖସି ଚାରି ମାସର ନିମ୍ନତମ ସ୍ତରରେ ପହଞ୍ଚିଛି । ସୁନା ଓ ରୂପାର ଏକ୍ସଚେଞ୍ଜ୍-ଟ୍ରେଡେଡ୍ ଫଣ୍ଡ୍ ୨୦% ପର୍ଯ୍ୟନ୍ତ ଖସିଛି । ରୂପା କିଲୋ ପିଛା ୧୪ ହଜାର ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୪୦ହଜାର ୩୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୨୮ ହଜାର ୩୫୦ ଟଙ୍କା ରହିଛି । ଗତକାଲି ତୁଳନାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । ରୁପା କିଲୋ ପିଛା ୧୪ ହଜାର ଟଙ୍କା ହ୍ରାସ ପାଇଛି ।