ଆରମ୍ଭ ହେଲା ଜନଗଣନା ପ୍ରସ୍ତୁତି, ୨୦୨୭ ପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ଆରମ୍ଭ

ଭୁବନେଶ୍ୱର,୨୪/୦୩: ଆରମ୍ଭ ହେଲା ଜନଗଣନା ପ୍ରସ୍ତୁତି । ୨୦୨୭ ପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ଆରମ୍ଭ । ୨୦୨୭ ଜନଗଣନାକୁ ସ୍ଵଚ୍ଛତାର ସହ ନିର୍ଭୁଲ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପ୍ରଶାସନ ତରଫରୁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୋଲଗଡ଼ ତହସିଲଦାର, ଜନଗଣନା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କରାଯାଉଛି । ଜନଗଣନା ସମ୍ପର୍କିତ ବିଭିନ୍ନ ଆଇନଗତ ଦିଗ, ଏନୁମେରେଟର ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦେବାର ପଦ୍ଧତି ସହିତ ଅନ୍ୟାନ୍ୟ ବିଭିନ୍ନ ଆବଶ୍ୟକୀୟ ଦିଗ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଯାହାଦ୍ଵାରା ପ୍ରଶିକ୍ଷଣରେ ଶିଖିଥିବା ପ୍ରକ୍ରିୟାକୁ ସେମାନେ ପ୍ରାୟୋଗିକ ଭାବେ ଅଭ୍ୟାସ କରିପାରିବେ ।