ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ନିୟମିତ ହେବେ ରାଜ୍ୟର ସମସ୍ତ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦/୦୩: ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ସମସ୍ତ ସ୍କିମାଟିକ ଜୁନିୟର ଶିକ୍ଷକମାନେ ନିୟମିତ ହେବେ । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଚୁକ୍ତିଭିତ୍ତିକ ଚାକିରିରେ ଥିବା ସମସ୍ତ ସ୍କିମାଟିକ୍ ଜୁନିୟର ଶିକ୍ଷକ ନିୟମିତ ହେବେ । ଚାକିରିର ଯୋଗଦାନ କରିବା ସମୟରୁ ଏମାନେ ନିୟମିତ ହେବେ । ସେମାନେ ନିୟମିତ ଦରମା ଓ ଅନ୍ୟ ସୁବିଧା ପାଇବେ । ଏଥିରେ ୧୩ ହଜାରରୁ ଅଧିକ ଶିକ୍ଷକ ଉପକୃତ ହେବେ ।

Leave a Reply

Your email address will not be published. Required fields are marked *