ଏସ୍‌ସିବିରେ ନିଆଁ ଲାଗି ୧୨ ଜଣଙ୍କ ମୃତ୍ୟୁ ଘଟଣା, କୋକେଇ କାନ୍ଧେଇ, ଖଇ କଉଡ଼ି ବିଞ୍ଚି ବିରୋଧୀଙ୍କ ବିରୋଧ

ଭୁବନେଶ୍ୱର,୧୮/୦୩: ବିଧାନସଭାରେ ବିରୋଧୀଙ୍କ ନାରାବାଜି । ବିରୋଧୀଙ୍କ ହଙ୍ଗାମା ଓ ହଟ୍ଟଗୋଳ ଯୋଗୁଁ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଚନ୍ତି ବାଚସ୍ପତି ସୁରମା ପାଢୀ । ଏସ୍‌ସିବିରେ ନିଆଁ ଲାଗି ୧୨ ଜଣଙ୍କ ମୃତ୍ୟୁ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ଶେଷରେ ବାଚସ୍ପତି ପୁନର୍ବାର ବିଧାନସଭାକୁ ମୁଲତବୀ ରଖିଛନ୍ତି । ଅପରାହ୍ନ ୪ଟା ଯାଏଁ ଗୃହ କାର୍ଯ୍ୟକୁ ବନ୍ଦ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ସେପଟେ ବିଧାନସଭା ମୁଲତବୀ ପରେ ବି ଥମିନାହିଁ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ । ଗୃହ ବାହାରେ ବିରୋଧୀ ସଦସ୍ୟମାନେ କୋକେଇ ଶୋଭାଯାତ୍ରା କରିଥିଲେ । ରାମ୍ ନାମ୍ ସତ୍ୟ ହେ ନାରାରେ କମ୍ପିଥିଲା ବିଧାନସଭା ପରିସର । ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରିଥିଲେ । ଏଥିରେ କଂଗ୍ରେସ ସଦସ୍ୟମାନେ ବି ସାଥ୍ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *