ଟ୍ରଷ୍ଟ ଗଠନ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ ଏମିତି କିଛି…

ଭୁବନେଶ୍ୱର,୧୮/୦୩: ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀଦଳ ନେତା ନବୀନ । ବିଜୁ ବାବୁ ଚାରିଟେବୁଲ କାମ ପାଇଁ ଜଣାଶୁଣା ଥିଲେ । ବିଜ୍ଞାନର ପ୍ରଚାରପ୍ରସାର ପାଇଁ କଳିଙ୍ଗ ଯୁନେସ୍କୋ ପୁରସ୍କାର ଦାନ କରିଥିଲେ , ମୁଁ, ମୋ ଭାଇଭଉଣୀ କଟକ ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କୁ ଦାନ କରିଥିଲୁ । ବେକ ଅପରେସନ ପାଇଁ ମୁମ୍ବାଇ ପୂର୍ବରୁ ପ୍ରଥମେ ଦିଲ୍ଲୀ ଯାଇଥିଲି। ସେଠି ଅନେକ ବଡ଼ ବଡ଼ ଓକିଲ ଓ CAଙ୍କୁ ଭେଟି ନିଷ୍ପତ୍ତି ନେଇଥିଲି । ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲି । ମୋ ନିଜ ପାଣ୍ଠିରୁ ୧ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କଲି । ବିଜେଡି କିମ୍ବା ଅନ୍ୟ ଦଳୀୟ ପାଣ୍ଠି ସହ ଏହାର କିଛି ସମ୍ପର୍କ ନାହିଁ , ଏଥିସହ ସେ କହିଛନ୍ତି ମୁଁ ପୁଣି କହୁଛି, ମୁଁ କଟକ SCB ହସ୍ପିଟାଲ ଯାଇଥିଲି. ଅଧିକ ଲୋକ ମଲେ. ମୋ ସରକାର ସମୟରେ ଘରୋଇ ହସ୍ପିଟାଲରେ ନିଆଁ ଲାଗିଲା. ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଲେ. ହେଲେ ସରକାରୀ ହସ୍ପିଟାଲରେ ନିଆଁ ଲାଗିଲା. ବିଜେପି ସରକାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା କରାଇ ଦେଲେନି । ଏହା ଚିନ୍ତାଜନକ. ରାଜ୍ୟର ସମସ୍ତ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ ପାଇଁ ସରକାର ପଦକ୍ଷେପ ନେବା କଥା ।