ଦଳର ନିଷ୍ପତ୍ତି ବିରୋଧରେ ଯାଇ ମତଦାନ କରିଥିବା ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର, ୧୭/୦୩: ରାଜ୍ୟସଭା ନିର୍ବାଚନ ପରେ ଆକ୍ସନମୋଡକୁ ଆସିଛି ବିଜେଡି । ଦଳର ନିଷ୍ପତ୍ତି ବିରୋଧରେ ଯାଇ ମତଦାନ କରିଥିବା ଦଳର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ୩ ଦିନ ଭିତରେ ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟତଃ ନୋଟିସ ମାଧ୍ୟମରେ ପ୍ରଶ୍ନ କରାଯାଇଛି କି, କାହିଁକି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଏଥିରେ ବିଜେଡି ବାରବାଟୀ ବିଧାୟକ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବସ୍ତା ବିଧାୟିକା ସୁଭାଷୀନି ଜେନା, ଚକ୍ରମଣି କହଁର, ନବକିଶୋର ମଲ୍ଲିକ ଓ ରମାକାନ୍ତ ଭୋଇ ଦଳର ହ୍ୱିପକୁ ଅବମାନନା କରି ବିରୋଧୀ ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ ।

Leave a Reply

Your email address will not be published. Required fields are marked *