ଏଥର ଭବାନୀପୁର ଆସନରୁ ନିର୍ବାଚନ ଲଢ଼ିବେ ମମତା ବାନାର୍ଜୀ

ନୂଆଦିଲ୍ଲୀ,୧୭/୦୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ପରେ ପ୍ରମୁଖ ୩ ରାଜନୈତିକ ଦଳ ମଇଦାନରେ ତତ୍ପରତା ଦେଖାଇଛନ୍ତି । ଗତକାଲି ବିଜେପି ଓ ସିପିଆଇଏମ କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆଜି ଶାସକ ଟିଏମସି ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ଟିଏମସି ସର୍ବାଧିକ ୨୯୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏଥର ପୁଣି ମମତା ବାନାର୍ଜୀ ଭବାନୀପୁର ଆସନରୁ ନିର୍ବାଚନ ଲଢ଼ିବେ ।

Leave a Reply

Your email address will not be published. Required fields are marked *