ନୂଆଦିଲ୍ଲୀ,୧୬/୦୩: ଇରାନର ପୁଣିଥରେ ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିଛି । ପ୍ରଥମଥର ପାଇଁ ଇରାନ “ସାଜିଲ” ମିସାଇଲର ପ୍ରୟୋଗ କରିଛି । ଏହି ଆକ୍ରମଣରେ ଇସ୍ରାଏଲର ପ୍ରଶାସନିକ ଏବଂ ସେନା ଉପରେ ଟାର୍ଗେଟ୍ କରି ଆକ୍ରମଣ କରିଛି । ଇରାନ ଇସ୍ରାଏଲ ବିରୋଧରେ ଆକ୍ରମଣ ତ୍ରୀବ ରୂପ ନେଇଛି । ରବିବାର ଦିନ ଇରାନ ଅପେରସନ ଟ୍ରୁ ପର୍ମିସ ୪,୫୪ ଲହର ଆରମ୍ଭ କରି ମିସାଇଲ ମାଡ଼ କରିଛି । ଏହି ଆକ୍ରମଣରେ ଇରାନ ଘାତକ ମିସାଇଲର ବ୍ୟବହାର କରିଛି । ଏହି ଆକ୍ରମଣକୁ ଇରାନ ପ୍ରତିଶୋଧମୂଳକ ବୋଲି ଘୋଷଣା କରିଛି । ରିପୋର୍ଟ ଅନୁଯାୟୀ, ଆକ୍ରମଣରେ ଖୋରମଶହର, ଖାଇବର-ଶେଖ, କଦର ଏବଂ ଇମାଦ କ୍ଷେପଣାସ୍ତ୍ର ସମେତ ଅନେକ ପ୍ରକାରର ଉନ୍ନତ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା । କିନ୍ତୁ ଏହି ଅପରେସନରେ ଇରାନ ପ୍ରଥମ ଥର ପାଇଁ କଠିନ ଇନ୍ଧନଯୁକ୍ତ “ସାଜିଲ” କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା । କଠିନ ଇନ୍ଧନଯୁକ୍ତ କ୍ଷେପଣାସ୍ତ୍ରଗୁଡ଼ିକୁ ବହୁତ କମ୍ ସମୟ ମଧ୍ୟରେ ନିକ୍ଷେପକରାଯାଇପାରିବ, ଯାହା ଶତ୍ରୁକୁ ପ୍ରତିକ୍ରିୟା ଦେବା ପାଇଁ ସମୟ ଦିଏ ନାହିଁ ।