ହୋଟେଲ ଓ ରେଷ୍ଟୁରାଣ୍ଟ ଶିଳ୍ପକୁ ସଙ୍କଟରୁ ରକ୍ଷା କରିବା ପାଇଁ ସରକାର ଘୋଷଣା କଲେ ୨୦ ପ୍ରତିଶତ ସ୍ୱତନ୍ତ୍ର କୋଟା

ନୂଆଦିଲ୍ଲୀ, ୧୩/୦୩: ଭାରତର ରୋଷେଇ ଘରେ ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ପଡିଛି। ଦେଶବ୍ୟାପୀ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଥିବା ବେଳେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ହୋଟେଲ ଓ ରେଷ୍ଟୁରାଣ୍ଟ ଶିଳ୍ପକୁ ସଙ୍କଟରୁ ରକ୍ଷା କରିବା ପାଇଁ ସରକାର ୨୦ ପ୍ରତିଶତ ସ୍ୱତନ୍ତ୍ର କୋଟା ଘୋଷଣା କରିଛନ୍ତି। ଯୁଦ୍ଧ ଯୋଗୁଁ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବାରୁ ଦେଶର ଅନେକ ସ୍ଥାନରେ ରେଷ୍ଟୁରାଣ୍ଟଗୁଡ଼ିକ ବନ୍ଦ ହେବା ସ୍ଥିତିକୁ ଚାଲିଆସିଥିଲା। ଗ୍ୟାସ ଅଭାବରୁ ଅନେକ ହୋଟେଲ ମାଲିକ ନିଜର ”ମେନୁ” ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ଏହି ଗମ୍ଭୀର ପରିସ୍ଥିତିକୁ ନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ଜରୁରୀକାଳୀନ ବୈଠକ କରିଥିଲେ। ପର୍ୟ୍ୟଟନ ଓ ଖାଦ୍ୟ ବ୍ୟବସାୟ ଉପରେ ଏହାର ପ୍ରଭାବକୁ ସମୀକ୍ଷା କରିବା ପରେ ସରକାର ଏହି ଆଶ୍ୱସ୍ତିକର ପଦକ୍ଷେପ ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *