ଭୁବନେଶ୍ୱର,୧୩/୦୩: ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସବୁ ବିଧାୟକଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜାରି କରିଥିବା ହ୍ବିପକୁ ମାନିବାକୁ ଦେଲେ କଡ଼ା ନିର୍ଦ୍ଦେଶ । ଶୁକ୍ରବାର ଓ ଶନିବାର ଦୁଇ ଦିନ ସଂଧ୍ୟା ସାଢେ ୫ଟାରୁ ସାଢେ ୭ଟା ପର୍ୟ୍ୟନ୍ତ ନବୀନ ନିବାସରେ ହେବାକୁ ଥିବା ଟ୍ରେନିଂରେ ଯୋଗଦେବାକୁ ନିର୍ଦ୍ଦେଶ ।ଏଥିସହ ରବିବାର ହେବାକୁ ଥିବା ବିଧାୟକ ଦଳ ବୈଠକରେ ଯୋଗ ଦେବା ବାଧ୍ୟତାମୂଳକ । ଏହାକୁ ଅତି ଗୁରୁତର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି । ବିଜେଡିରେ ଏବେ କ୍ରସ ଭୋଟିଂକୁ ନେଇ ଭୟ ଘାରିଛି । ସବୁ ବିଧାୟକଙ୍କୁ ଏକାଠି ରଖିବାକୁ ଏଭଳି ରଣନୀତି ଆପଣାଇଛି ଦଳ ।