ପ୍ରଶାସନିକ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ?

ଭୁବନେଶ୍ୱର, ୧୨/୦୩: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ବଦଳି ହୋଇଛି । ତାଙ୍କ ସ୍ଥାନରେ ଆସିଲେ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ । ଆଇଏଏସ୍ ଅଧିକାରୀ ଏ. ଶସ୍ୟ ରେଡ୍ଡୀଙ୍କୁ ବ୍ରହ୍ମପୁର ମହାନଗର ନିଗମର ନୂତନ କମିସନର ଭାବେ ନିଯୁକ୍ତି ଦିଆଯାଇଛି । ଏହା ସହିତ ତାଙ୍କୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଛି । ସେହିପରି ବଣାଇର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ଅକ୍ଷୟ ପିଲ୍ଲେଙ୍କୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଅନ୍ୟପକ୍ଷରେ, ଆଇଏଏସ୍ ଅରୁଗୁଲା ସ୍ନେହାଙ୍କୁ ମୟୂରଭଂଜ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭାବେ ନୂତନ ନିଯୁକ୍ତି ମିଳିଛି । ଜିଲ୍ଲାର ଗ୍ରାମାଞ୍ଚଳ ବିକାଶ ଏବଂ ପଞ୍ଚାୟତରାଜ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଦିଗରେ ସେ କାର୍ଯ୍ୟ କରିବେ ।

Leave a Reply

Your email address will not be published. Required fields are marked *