ଭୁବନେଶ୍ୱର,୦୯/୦୩: ଜାତୀୟ ଶିକ୍ଷା ନୀତି ଅନୁସାରେ ଏଥର ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ରହିଛି ପାସଫେଲ ବ୍ୟବସ୍ଥା । ଅର୍ଥାତ ପରୀକ୍ଷାରେ ୩୦ ପ୍ରତିଶତ ମାର୍କ ରଖିଲେ ପାସ କରିବେ ଛାତ୍ରଛାତ୍ରୀ । ଫେଲ ହେଲେ ୬ସପ୍ତାହ ଭିତରେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ଏହି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ଅଭିଭାବକ । ତେବେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ମାଟ୍ରିକ ବୋର୍ଡ ଭଳି ପ୍ରଥମ ଥର ପାଇଁ ଏଥର ଅଷ୍ଟମ ଶ୍ରେଣୀରେ ଛାତ୍ରଛାତ୍ରୀ ଦେଇଛନ୍ତି ବୋର୍ଡ ପରୀକ୍ଷା । ପାସ ପାଇଁ ଦରକାର ୩୦ପ୍ରତିଶତ ମାର୍କ । କମ୍ ନମ୍ବର ରଖିଲେ ଫେଲ୍ । ଆଉ ଫେଲ ହେଲେ ୬ ସପ୍ତାହ ଭିତରେ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା । ସକାଳ ୭ଟାରୁ ୯ଟା ଏବଂ ୯ଟା ୩୦ରୁ ୧୧ଟା ୩୦ ଦୁଇଟି ସିଟିଂରେ ହୋଇଛି ପରୀକ୍ଷା । ମାଟ୍ରିକ ପରୀକ୍ଷା ଭଳି ଷ୍ଟ୍ରଙ୍ଗ ରୁମରେ ରହିଛି ପ୍ରଶ୍ନପତ୍ର । ସକାଳୁ ସ୍ୱତନ୍ତ୍ର ସୁରକ୍ଷାରେ ସ୍କୁଲରେ ପହଁଚିଥିଲା ପ୍ରଶ୍ନପତ୍ର । ପରୀକ୍ଷା ପାଇଁ ବ୍ଲକସ୍ତରରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ପ୍ରତି ସ୍କ୍ୱାର୍ଡରେ ୩ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସେହିଭଳି ଜିଲ୍ଲା ଓ ରାଜ୍ୟସ୍ତରରେ ମଧ୍ୟ ସ୍କ୍ୱାର୍ଡ ରହିଛନ୍ତି । ପ୍ରତି ଦିନ ୫ ରୁ ୬ଟି ସ୍କୁଲ ନିରୀକ୍ଷଣ କରିବେ ଏହି ସ୍କ୍ୱାର୍ଡ । ସମାନ ଭାବେ ପଞ୍ଚମ ଶ୍ରେଣୀର ବୋର୍ଡ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି ।