ଜଳୁଛି ତିନିକୋଷିଆ ଜଙ୍ଗଲ, ନିଆଁ ଲିଭାଇବାକୁ ବନ ବିଭାଗର ଉଦ୍ୟମ ଜାରି

ଭୁବନେଶ୍ୱର,୦୯/୦୩: ଜଳୁଛି କୁଳଡିଆ ଅଭୟାରଣ୍ୟର ତିନିକୋଷିଆ ଜଙ୍ଗଲ । ଜଳିପୋଡ଼ି ମୂଲ୍ୟବାନ ଗଛଲତା ନଷ୍ଟ, ଖିପ୍ରଗତିରେ ବ୍ୟାପି ଚାଲିଛି ନିଆଁ। ଖବର ପାଇ ନିଆଁ କୁ ଆୟତ କରିବା ପାଇଁ ବନ ବିଭାଗ ପକ୍ଷରୁ ଚାଳିଛି ଉଦ୍ୟମ । ନିକଟରେ ଗାଁ ଥିବାରୁ ଭୟରେ ଲୋକେ। ସେପଟେ ପବନର ବେଗ ଶହ ବ୍ୟାପିଚାଲିଛି ନିଆଁ । ଜଳି ପୋଡି ପାଉଁଶ ହେଲାଣି ୨ ଏକରରୁ ଉର୍ଦ୍ଧ୍ବ ଜଙ୍ଗଲ। ନିଆଁର ଆଁରେ ଜଙ୍ଗଲ। ରାଜ୍ୟର କେଉଁଠି ନା କେଉଁଠି ଜଳୁଛି ସଂରକ୍ଷିତ ଜଙ୍ଗଲ। କେହି ଦୁର୍ବୃତ୍ତ ଲଗାଉଥିବା ହେଉ କିମ୍ବା ଶିକାର କରିବାକୁ ଯାଇ ଶିକାରୀ ନିଆଁ ଲଗାଇ ଦେଉଛନ୍ତି। ଏହି ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ଯାଇ ନାକେଦମ୍ ହେଉଛି ବନ ବିଭାଗ। ସେପଟେ ଏହାଦ୍ବାରା ନଷ୍ଟ ହେଉଛି ଜୈବ ବିବିଧତା।

Leave a Reply

Your email address will not be published. Required fields are marked *