ନୂଆଦିଲ୍ଲୀ,୦୮/୦୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି । ପୁରୀ ତାଳବଣିଆ ଠାରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଏହି ଟଙ୍କା ପଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମିଳିଲା ସୁଭଦ୍ରା ଟଙ୍କା । ଗ୍ରିଭାନ୍ସ ପୋର୍ଟାଲରେ ଆସିଥିବା ଅଭିଯୋଗରୁ ୩୬ ହଜାର ୩୮୫ ଜଣ ପାଇବେ ସୁଭଦ୍ରା ଟଙ୍କା । ଏପ୍ରିଲ ମାସରେ ଯାହାକୁ ୨୧ ବର୍ଷ ହେବ ସେମାନେ ଆବେଦନ କରିବେ । ଯେଉଁମାନେ ୨୧ ବର୍ଷ ସେମାନଙ୍କ ପାଇଁ ଏହା ଦ୍ବିତୀୟ କିସ୍ତି।