ନୂଆଦିଲ୍ଲୀ,୦୬/୦୩: ପ୍ରକାଶ ପାଇଲା ସିଭିଲ ସର୍ଭିସ ୨୦୨୫ ଫଳାଫଳ। ରାଜସ୍ଥାନର ଅନୁଜ ଅଗ୍ନିହୋତ୍ରୀ ହେଲେ ୟୁପିଏସ୍ସି ଟପ୍ପର। ଚଳିତ ବର୍ଷ ମୋଟ ୯୫୮ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS), ଭାରତୀୟ ପୋଲିସ ସେବା (IPS) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା ପାଇଁ ମନୋନୀତ କରାଯାଇଛି । ଚଳିତ ବର୍ଷ ମଧ୍ୟ ମହିଳା ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି। ରାଜେଶ୍ୱରୀ ସୁଭେ ଏମ ଦ୍ୱିତୀୟ ସ୍ଥାନ ଅଧିକାର କରି ମହିଳାଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି। ସେହିପରି ତୃତୀୟ ସ୍ଥାନରେ ଆକାଂଶ, ଚତୁର୍ଥରେ ରାଘବ ଝୁନଝୁନୱାଲା, ପଞ୍ଚମରେ ଈଶାନ ଭଟ୍ଟନାଗର ରହିଛନ୍ତି। UPSC ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୋଟ ୧୦୮୭ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିଲା। ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ଏହି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି।