ଇସ୍ରାଏଲ ଏବଂ ଇରାନରେ ଯୁଦ୍ଧର ପ୍ରଭାବ, ଫସିଗଲା ବାସୁମତୀ ଚାଉଳ

ନୂଆଦିଲ୍ଲୀ,୦୫/୦୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ବାସୁମତୀ ଚାଉଳ ବାଣିଜ୍ୟ ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି । ଏହି ଅଞ୍ଚଳର ଚାଉଳ ରପ୍ତାନିକାରୀଙ୍କ ପ୍ରାୟ ୨୫ ରୁ ୩୦ କୋଟି ଟଙ୍କାର ବାସୁମତୀ ଚାଉଳ ଗୁଜୁରାଟର ଗାନ୍ଧୀଧାମ ବନ୍ଦରରେ ଫସି ରହିଛି। ଯାହା ଫଳରେ ବ୍ୟବସାୟୀମାନେ ଯଥେଷ୍ଟ ଆର୍ଥିକ କ୍ଷତି ହେବାର ଆଶଙ୍କା କରୁଛନ୍ତି। ପ୍ରାୟ ୩୦୦ କୋଟି ଟଙ୍କାର ଏହି ବାର୍ଷିକ ବ୍ୟବସାୟ ବର୍ତ୍ତମାନ ଅନିଶ୍ଚିତତା ମଧ୍ୟରେ ରହିଛି । ଜିଲ୍ଲାରୁ ବାସୁମତୀ ଚାଉଳ ଇରାନ ଓ ଅନ୍ୟାନ୍ୟ ଉପସାଗରୀୟ ଦେଶଗୁଡ଼ିକୁ ରପ୍ତାନି କରାଯାଏ । ବର୍ତ୍ତମାନର ଅନ୍ତର୍ଜାତୀୟ ପରିସ୍ଥିତି ପରିବହନରେ ବାଧା ସୃଷ୍ଟି କରିଛି ତଥା ପେମେଣ୍ଟ ପ୍ରକ୍ରିୟାରେ ବିଳମ୍ବ ହେଉଛି । ଏନେଇ ବ୍ୟବସାୟୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରପ୍ତାନିକାରୀମାନେ କହିଛନ୍ତି ଯେ, ଯଦି ପରିସ୍ଥିତି ଶୀଘ୍ର ସ୍ୱାଭାବିକ ନ ହୁଏ, ତେବେ ସେମାନଙ୍କ ବ୍ୟବସାୟ ଗୁରୁତର ଭାବରେ ପ୍ରଭାବିତ ହେବ ।

Leave a Reply

Your email address will not be published. Required fields are marked *