ଭୁବନେଶ୍ୱର,୦୫/୦୩: ଶ୍ରୀକ୍ଷେତ୍ରରେ ବିରାଜମାନ ଶ୍ରୀବିଗ୍ରହମାନଙ୍କର ସ୍ୱତନ୍ତ୍ର ନୀତି ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ପାଇଁ ଆସନ୍ତାକାଲି ଭକ୍ତମାନଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥି ଅବସରରେ ମହାପ୍ରଭୁଙ୍କର ଏହି ଗୁପ୍ତ ସେବା ଅନୁଷ୍ଠିତ ହେବାକୁ ଥିବାରୁ ସାଧାରଣ ଦର୍ଶନ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ ।ସୂଚନା ଅନୁଯାୟୀ, ଗୁରୁବାର ଦ୍ୱିତୀୟ ଭୋଗମଣ୍ଡପ ନୀତି ସମାପ୍ତ ହେବା ପରେ ଏହି ସ୍ୱତନ୍ତ୍ର ଗୁପ୍ତ ନୀତି ଆରମ୍ଭ ହେବ । ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।