ଭୁବନେଶ୍ୱର,୦୨/୦୩: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଦେବ ୩ ପ୍ରାର୍ଥୀ । ୫ ତାରିଖରେ ଭରିବେ ନାମାଙ୍କନ । ଆଜି ମୁଖ୍ୟମନ୍ତ୍ରୀ ଡ଼ାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି। ୩ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ନିଆଗଲା ବିଧାୟକଙ୍କ ଦସ୍ତଖତ । ୫ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବାକୁ ବିଧାୟକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ବିଧାୟକ ମାନେ ଉପସ୍ଥିତ ଥିଲେ ।ରାଜନୀତିରେ କେହି କାହାର ଚିରଶତ୍ରୁ କି ଚିର ମିତ୍ର ନୁହନ୍ତି । ଅନ୍ୟପଟେ ଚତୁର୍ଥ ଆସନ ପାଇଁ ନବୀନ ଓ ଭକ୍ତ ହାତ ମିଳାଇଛନ୍ତି । ପ୍ରତିଦ୍ୱନ୍ଦ୍ୱୀ ପାଲଟଛନ୍ତି ସହଯୋଗୀ ।