ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ; ଥମିବନି ମହାଯୁଦ୍ଧ, ଜାରି ରହିବ ଲଢ଼େଇ।

ନୂଆଦିଲ୍ଲୀ,୨/୦୩:  ଇରାନ ସହିତ ଚାଲିଥିବା ସଂଘର୍ଷ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଥମିବନି ମହାଯୁଦ୍ଧ, ଜାରି ରହିବ ଲଢ଼େଇ।  ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ସଂଘର୍ଷ ଆଗାମୀ ଚାରି ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ ବୋଲି ସେ କହିଛନ୍ତି । ରବିବାର ପ୍ରତିଷ୍ଠିତ ଡେଲି ମେଲ ସହିତ ଏକ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ ଏଭଳି ସୂଚନା ଦେଇଛନ୍ତି । ଆମେରିକାର ସାମରିକ ଅଭିଯାନ ନିର୍ଦ୍ଧାରିତ ସମୟଠାରୁ ଆଗକୁ ଚାଲିଛି, ଅନେକ ଲକ୍ଷ୍ୟ ବାକି ଅଛି । ସବୁକିଛି ଯୋଜନା ଅନୁଯାୟୀ ଚାଲିଛି। ସେମାନଙ୍କ ସମ୍ପୂର୍ଣ୍ଣ ନେତୃତ୍ୱକୁ ଆମେ ଭାବିଥିବା ଅପେକ୍ଷା ଅଧିକ ନଷ୍ଟ କରିଦେଇଛୁ । ଏହି ଅଭିଯାନରେ ଇରାନର ୪୮ ଜଣ ଉଗ୍ରବାଦୀ ନେତାଙ୍କୁ ହତ୍ୟା କରାଯାଇଛି । ଇରାନ ପକ୍ଷ ଯୁଦ୍ଧ ବନ୍ଦ ନେଇ ଆଲୋଚନା କରିବାକୁ ଚାହୁଁଥିବା ଟ୍ରମ୍ପ କହିଛନ୍ତି । ସେପଟେ ଏହି ଯୁଦ୍ଧରେ ପ୍ରାଣ ହରାଇଥିବା ୩ଜଣ ଆମେରିକୀୟ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଟ୍ରମ୍ପ୍ ।

Leave a Reply

Your email address will not be published. Required fields are marked *