ନୂଆଦିଲ୍ଲୀ,୧/୦୩: କୋଲକାତାର ଇଡେନ ଗାର୍ଡେନ୍ସଠାରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ପରେ ଭାରତ ଚତୁର୍ଥ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୧୯୫ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିବା ବେଳେ ଭାରତ ୪ ବଲ୍ ବାକି ଥାଇ ଏହି ଲକ୍ଷ୍ୟକୁ ସଫଳତାର ସହ ହାସଲ କରିନେଇଥିଲା । ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ଷଷ୍ଠ ଥର ପାଇଁ ସେମିଫାଇନାଲରେ ସ୍ଥାନ ପକ୍କା କରିବା ସହ ଟି-୨୦ କ୍ରିକେଟରେ ସବୁଠାରୁ ବଡ଼ ‘ରନ୍ ଚେଜ୍’ର ବିଶ୍ୱରକର୍ଡ ମଧ୍ୟ ସ୍ଥାପନ କରିଛି ।ଏହି ମ୍ୟାଚରେ ଯେତେବେଳେ ସୂର୍ଯ୍ୟକୁମାର ଯାଦବ, ଅଭିଷେକ ଶର୍ମା ଏବଂ ଇଶାନ କିଷାନଙ୍କ ଭଳି ତାରକା ଖେଳାଳିମାନେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ, ସେତେବେଳେ ସଞ୍ଜୁ ସାମସନ ଦଳର ମଙ୍ଗ ଧରିଥିଲେ ।