ନୂଆଦିଲ୍ଲୀ,୧/୦୩: ମହାରାଷ୍ଟ୍ରର ନାଗପୁରସ୍ଥିତ କାଟୋଲ ତହସିଲ ଅନ୍ତର୍ଗତ ରଲଗାଓଁଠାରେ ଏକ ବିସ୍ଫୋରକ ଫ୍ୟାକ୍ଟ୍ରିରେ ବଡ଼ଧରଣ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮ ଜଣ ଆହତ ହୋଇଛନ୍ତି। ଖଣି ଓ ଶିଳ୍ପ ପାଇଁ ବିସ୍ଫୋରକ ସାମଗ୍ରୀ ଉତ୍ପାଦନ କରୁଥିବା ଏସ୍ବିଏଲ୍ ଏନର୍ଜି ଲିମିଟେଡର ଡେଟୋନେଟର ପ୍ୟାକେଜିଂ ୟୁନିଟରେ ଏହି ବିସ୍ଫୋରଣ ହୋଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ରବିବାର ଏହି ବିସ୍ଫୋରଣ ଘଟଣାକୁ ଅତ୍ୟନ୍ତ ଦୁଃଖଦ ଓ ଦୁଭାର୍ଗ୍ୟଜନକ କହିବା ସହିତ ବିସ୍ଫୋରଣ କେମିତି ଘଟିଲା ତା’ର ସବିଶେଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।