ସୁପ୍ରିମ ଲିଡର୍ ଅଲି ଖାମେନେଇଙ୍କ ମୃତ୍ୟୁ ସ୍ପଷ୍ଟ, ୪୦ ଦିନିଆ ଶୋକ ଘୋଷଣା କଲା ଇରାନ

ନୂଆଦିଲ୍ଲୀ,୦୧/୦୩: ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରୁ ବର୍ତ୍ତମାନ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି । ଇରାନର ସରକାରୀ ଗଣମାଧ୍ୟମ ପ୍ରେସ ଟିଭି ସୁପ୍ରିମ ଲିଡର୍ ଅଲି ଖାମେନେଇଙ୍କ ମୃତ୍ୟୁର ନିଶ୍ଚିତ କରିଛି । ଏକ ଟ୍ୱିଟରେ ପ୍ରେସ ଟିଭି କହିଛି ଯେ ଇସଲାମିକ ବିପ୍ଳବର ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକା-ଇସ୍ରାଏଲ ଆକ୍ରମଣରେ ସହିଦ ହୋଇଛନ୍ତି । ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ପରେ ଇରାନ ୪୦ ଦିନିଆ ଶୋକ ଘୋଷଣା କରିବା ସହିତ ୭ ଦିନିଆ ସରକାରୀ ଛୁଟି ମଧ୍ୟ ଘୋଷଣା କରିଛି । ରିପୋର୍ଟ ଅନୁଯାୟୀ, ଆକ୍ରମଣ ସମୟରେ ସେ ତାଙ୍କ ଗୃହ କାର୍ଯ୍ୟାଳୟରେ ଥିଲେ । କିଛି ଘଣ୍ଟା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଖାମେନେଇଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ ହେଁ କୌଣସି ସରକାରୀ ନିଶ୍ଚିତକରଣ ମିଳିନଥିଲା । ଏମିତିକି ଇରାନୀ ଅଧିକାରୀମାନେ ମଧ୍ୟ ଚୁପ୍ ରହିଥିଲେ ।

Leave a Reply

Your email address will not be published. Required fields are marked *