ଇରାନ ପକ୍ଷରୁ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ପ୍ରମୁଖ ଏୟାରବେସ୍‌ଗୁଡ଼ିକ ଉପରେ ଶତାଧିକ ମିସାଇଲ ଏବଂ ଡ୍ରୋନ୍ ମାଡ଼

ନୂଆଦିଲ୍ଲୀ,୧/୦୩:  ଇରାନ ପକ୍ଷରୁ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ପ୍ରମୁଖ ଏୟାରବେସ୍‌ଗୁଡ଼ିକ ଉପରେ ଶତାଧିକ ମିସାଇଲ ଏବଂ ଡ୍ରୋନ୍ ମାଡ଼ କରାଯାଇଛି । ଆମେରିକା କହିଛି ଯେ ଏହି ଆକ୍ରମଣରେ ଖୁବ୍ କମ୍ କ୍ଷୟକ୍ଷତି ହୋଇଛି। ସୂଚନା ଅନୁସାରେ ଜଣାପଡ଼ିଛି ଯେ ଆମେରିକା ନୌସେନାର ଏକ ସର୍ଭିସ୍ ସେଣ୍ଟର ଉପରେ ମିସାଇଲ୍ ମାଡ଼ ହୋଇଛି। ଏଥିରେ କିଛି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି ।ଆବୁଧାବିରେ ଥିବା ଏୟାରବେସ୍ ପାଖରେ ମିସାଇଲ୍ ମାଡ଼ ଯୋଗୁଁ କିଛି ଘରର କ୍ଷତି ହୋଇଛି ।ଦୁବାଇ ଏବଂ କୁଏତ ବିମାନବନ୍ଦରରେ ସାମାନ୍ୟ କ୍ଷୟକ୍ଷତି ହୋଇଛି, ଯେଉଁଥିପାଇଁ କିଛି ସମୟ ପାଇଁ ବିମାନ ଚଳାଚଳ ବନ୍ଦ ରହିଥିଲା। ଆମେରିକାର ସାମରିକ ଶକ୍ତି ଉପରେ କୌଣସି ବଡ଼ ପ୍ରଭାବ ପଡ଼ିନାହିଁ, କିନ୍ତୁ କିଛି ବିଲ୍ଡିଂ ଏବଂ ରାଡାର ସିଷ୍ଟମରେ ସାମାନ୍ୟ କ୍ଷତି ହୋଇଥିବା ସ୍ପଷ୍ଟ ହୋଇଛି ।

Leave a Reply

Your email address will not be published. Required fields are marked *