ନୂଆଦିଲ୍ଲୀ,୨୮/୦୨: ବାରମ୍ବାର ଚେତାବନୀ ସତ୍ତ୍ୱେ ପରମାଣୁ କାର୍ଯ୍ୟକ୍ରମ ବନ୍ଦ ନକରିବାରୁ ଇରାନ ଉପରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ । ଆମେରିକା ସହ ମିଶି ଆଜି ସକାଳୁ ଇରାନର ୩୦ରୁ ଅଧିକ ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା । ଜବାବରେ ଇାରନ ମଧ୍ୟ ପାଲଟା ଆକ୍ରମଣ କରିଛି । ଇସ୍ରାଏଲର ହଇଫା ପୋର୍ଟ ସମେତ ଇାରକ, କୁଏତ, କତାର, ଆବୁଧାବି, ୟୁଏଇ, ବାହାରିନ, ଜୋର୍ଡାନରେ ଥିବା ଆମେରିକା ସୈନ ଠିକଣା ଉପରେ ମିସାଇଲ ବର୍ଷା କରିଛି ଇରାନ । ଜେନେଭା ଆଲୋଚନା ବୈଠକ ବିଫଳ ହେବା ପରେ ମଧ୍ୟପ୍ରାଚ୍ୟରେ କିଛି ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଇାରନ ବଡ଼ଧରଣର ଆକ୍ରମଣ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟ ପାଇବା ପରେ ଶନିବାର ସକାଳୁ ଇରାନ ଉପରେ ଅତର୍କିତ ଆକ୍ରମଣ କରିଛି ଇସ୍ରାଏଲ ସେନା । ଇରାନର ତେହେରାନ ସମେତ ଏକାଧିକ ସହର ଉପରକୁ ଘନ ଘନ ମିସାଇଲ୍ ମାଡ କରିଛି । ଏଥିରେ ଇସ୍ରାଏଲକୁ ସହଯୋଗ କରିଛି ଆମେରିକା । ଆକ୍ରମଣରେ ଇାରନ ସେନା ମୁଖ୍ୟ ଆମିର ହାତମିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।