ପାକିସ୍ତାନର ଆକ୍ରମଣରେ ତାଲିବାନର ୧୩୩ଜଣ ସୈନ୍ୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୭/୦୨: ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। ଆଫଗାନିସ୍ତାନର ସ୍ପିନ୍ ବୋଲଡାକ୍ ସହର ନିକଟରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ତାଲିବାନ ଶିକ୍ଷା ମନ୍ତ୍ରୀ ନିଦା ମହମ୍ମଦ ନଦୀମଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ସୋସିଆଲ ମିଡିଆରେ ମିସାଇଲ୍ ମାଡ଼ରେ ନଷ୍ଟ ହୋଇଯାଇଥିବା ଏକ କାରର ଫଟୋ ଭାଇରାଲ ହେଉଛି। ରିପୋର୍ଟ ଅନୁଯାୟୀ, ଆକାଶ ମାର୍ଗରୁ ପାକିସ୍ତାନର ଆକ୍ରମଣ ଫଳରେ ତାଲିବାନର ୧୩୩ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଏହାବ୍ୟତିତ ଦୁଇଟି ଆଫଗାନ କୋର ମୁଖ୍ୟାଳୟ, ତିନୋଟି ବାଟାଲିୟନ ମୁଖ୍ୟାଳୟ, ଦୁଇଟି ଅସ୍ତ୍ରଶସ୍ତ୍ର ଡିପୋ, ଏକ ଲଜିଷ୍ଟିକ୍ ବେସ୍ ଓ ୮୦ରୁ ଅଧିକ ଟ୍ୟାଙ୍କ, ତୋପ ଏବଂ ସଶସ୍ତ୍ର ଯାନ ନଷ୍ଟ ହୋଇଯାଇଛି ।

Leave a Reply

Your email address will not be published. Required fields are marked *