ଭୁବନେଶ୍ୱର,୨୭/୦୨:କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଏପ୍ରିଲ ପହିଲାରୁ ପେଟ୍ରୋଲ ପମ୍ପରେ ୨୦ପ୍ରତିଶତ ଇଥାନଲ୍ ମିଶ୍ରିତ ଇନ୍ଧନ ବାଧ୍ୟତାମୂଳକ । ପ୍ରଦୂଷଣ ହ୍ରାସ କରିବା ଓ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏପ୍ରିଲ ୧ତାରିଖରୁ ସାରା ଦେଶରେ ୨୦ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ୍ ମିଶ୍ରିତ ପେଟ୍ରୋଲ ବିକ୍ରୟ ପାଇଁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ତୈଳ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଅନୁଯାୟୀ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ତୈଳ ଯୋଗାଣ କମ୍ପାନୀଗୁଡ଼ିକୁ ସର୍ବାଧିକ ୨୦ ପ୍ରତିଶତ ଇଥାନଲ୍ ଯୁକ୍ତ ପେଟ୍ରୋଲ ବିକ୍ରୟ କରିବାକୁ ପଡିବ । ଏହି ଇନ୍ଧନରେ ସର୍ବନିମ୍ନ ୯୫ ଆରଓଏନ୍ ରହିବା ମଧ୍ୟ ଆବଶ୍ୟକ ।