ଆଇଗିଣିଆ ସ୍ଥିତ ଶୀତଳ ଭଣ୍ଡାରରେ କୋଲ୍ଡ ଆମୋନିଆ ଗ୍ୟାସ ଲିକ୍, ଆତଙ୍କିତ ଲୋକେ

ଭୁବନେଶ୍ୱର,୨୬/୦୨: ଭୁବନେଶ୍ୱରର ଆଇଗିଣିଆ ଅଞ୍ଚଳରେ ଥିବା ଏକ ଶୀତଳ ଭଣ୍ଡାରରେ କୋଲ୍ଡ ଆମୋନିଆ ଗ୍ୟାସ ଲିକ୍ ହୋଇଛି । ଗ୍ୟାସ ଲିକ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ବିଳମ୍ବିତ ରାତିରେ ଆଇଗିଣିଆ ଶୀତଳ ଭଣ୍ଡାରରେ ଆମୋନିଆ ଗ୍ୟାସ ଗ୍ୟାସ ଧୂଆଁ ବାହାରୁଥିବାରୁ ଆଖପାଖ ଅଞ୍ଚଳରେ ଭୟବୀତ ପରିସ୍ଥିତି ଦେଖାଦେଇଥିଲା । ଖବର ପାଇ ତମାଣ୍ଡୋ ଫାୟାର ଷ୍ଟେସନ, ଭୁବନେଶ୍ୱର ଫାୟାର ଷ୍ଟେସନ ଓ ସ୍ପେଶାଲ ଫାୟାର ଫାଇଟିଂ ଫୋର୍ସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ । ପ୍ରଥମେ ଆଖପାଖର ଲୋକମାନଙ୍କୁ ସେଠାରୁ ହଟାଯାଇଥିଲା । ଆମୋନିଆ ଗ୍ୟାସ ପାଣିରେ ଘୁଲନଶୀଳ ହେବାରୁ ଗ୍ୟାସ ଧୂଆଁକୁ ନିୟନ୍ତ୍ରଣ କରିବା ପାଇଁ କୋଲ୍ଡ ଷ୍ଟୋରେଜ ଭିତରେ ପାଣି ଛିଟାଯାଇଥିଲା । ପରେ ଅଗ୍ନିଶମ କର୍ମଚାରୀମାନେ ଶୀତଳ ଭଣ୍ଡାର ଭିତରକୁ ପ୍ରବେଶ କରି ପ୍ରାୟ ତିନି ଘଣ୍ଟାର ଅପରେସନ ପରେ ଲିକ୍ ସଫଳତାର ସହ ନିୟନ୍ତ୍ରଣ ହୋଇଥିଲା । ସମଗ୍ର ଅଭିଯାନ କଟକ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସରଙ୍କ ନିରୀକ୍ଷଣରେ ଚାଲିଥିଲା ।

Leave a Reply

Your email address will not be published. Required fields are marked *