ଭୁବନେଶ୍ୱର,୨୪/୦୨: ଦୋଳପୂର୍ଣ୍ଣିମାରେ ହେବ ମହାପ୍ରଭୁଙ୍କ ସୁନାବେଶ । ଛତିଶାନିଯୋଗ ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସହ ଏସପି, ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଉପସ୍ଥିତି ଥିଲେ। ଆସନ୍ତା ମାର୍ଚ୍ଚ ୩ ତାରିଖରେ ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ। ତେବେ ଦୋଳପୂର୍ଣ୍ଣିମା ରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଏଥିପାଇଁ ଚୁଡାନ୍ତ ହୋଇଥିବା ନୀତିକାନ୍ତିକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଜିଲ୍ଲାପାଳ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ସୂଚନା ।
ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସୁନାବେଶ କରାଯିବ। ୨ ତାରିଖ ରାତି ୧ଟାରେ ହେବ ଦ୍ବାରଫିଟା ନୀତି କରାଯିବ।ମେଣ୍ଢାପୋଡ଼ି ନୀତି ଥିବାରୁ ରାତି ୧ଟାରୁ ଦ୍ୱାରଫିଟା ନୀତି କରାଯିବ। ଏହା ପରେ ମହାପ୍ରଭୁଙ୍କ ବିଭନ୍ନ ନୀତିକାନ୍ତି କରାଯିବ। ନୀତିକାନ୍ତି ସଅଳ ହେଲେ ସକାଳୁ ଦୋଳବେଦୀରେ ବିଜେ ହେବେ ମହାପ୍ରଭୁ। ସଅଳ ନୀତିକାନ୍ତି ହୋଇ ନପାରିଲେ ଗ୍ରହଣ ସର୍ବମୋକ୍ଷ ପରେ ବିଜେ ହେବେ। ଆସନ୍ତା ୧ ଓ ୨ ତାରିଖରେ ଶ୍ରୀମନ୍ଦିରରେ ଭିତର କାଠ ଦର୍ଶନ ବନ୍ଦ ରହିବ।