ବାଂଲାଦେଶରେ ଭିନ୍ନକ୍ଷମ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ

ନୂଆଦିଲ୍ଲୀ,୨୩/୦୨: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଥମୁ ନାହିଁ। ବାଂଲାଦେଶରେ ସଂସଦୀୟ ନିର୍ବାଚନ ପରେ ନୂଆ ସରକାର ଗଠନ ହୋଇଥିବାବେଳେ ଚାନ୍ଦପୁର ଅଞ୍ଚଳ‌ରୁ ଏକ ଲଜ୍ଜାଜନକ ଘଟଣା ସାମ୍‌ନାକୁ ଆସିଛି । ଜଣେ ୨୫-ବର୍ଷୀୟା ଭିନ୍ନକ୍ଷମ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଛି । ରବିବାର ରାତିରେ ଏହି ଅମାନବୀୟ କାର୍ଯ୍ୟ ଘଟିଥିଲା । ଚାନ୍ଦପୁର ଅଞ୍ଚଳରେ କୀର୍ତ୍ତନ ଚାଲିଥିବାବେଳେ ମହିଳାଙ୍କୁ ସେଠାରୁ ତିନି ଜଣ ଲୋକ ଅପହରଣ କରିନେଇଥିଲେ ଓ ପରେ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ମହିଳା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି । କିନ୍ତୁ ସେମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ଡିସେମ୍ବର ୨୦୨୫ରୁ ଚଳିତ ବର୍ଷ ଜାନୁଆରି ମାସର ମଧ୍ୟଭାଗ ପର୍ଯ୍ୟନ୍ତ ପାଖାପାଖି ୧୫ ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲାଣି। ୨୦୨୪ ଛାତ୍ର ଆନ୍ଦୋଳନ ଓ ଶେଖ୍‌ ହସିନା ଗାଦିଚ୍ୟୁତ ହେବା ପରଠାରୁ ବାଂଲାଦେଶରେ ହିଂସା ଜାରି ରହିଛି।

Leave a Reply

Your email address will not be published. Required fields are marked *