କାଠମାଣ୍ଡୁରେ ବଡ଼ ସଡ଼କ ଦୁର୍ଘଟଣା, ନଦୀକୁ ଖସିପଡ଼ିଲା ଯାତ୍ରୀବାହୀ ବସ

ନୂଆଦିଲ୍ଲୀ,୨୩/୦୨: ନେପାଳର ରାଜଧାନୀ କାଠମାଣ୍ଡୁରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ମର୍ମନ୍ତୁଦ ଦୁର୍ଘଟଣାରେ ୧୮ ଜଣଙ୍କର ଜୀବନ ଯାଇଛି। ପୋଖରାରୁ କାଠମାଣ୍ଡୁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ତ୍ରିଶୁଳି ନଦୀକୁ ଖସି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ଅଛନ୍ତି। ଏହା ସହିତ ୨୭ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ନ୍ୟୁଜିଲାଣ୍ଡ ନାଗରିକ ମଧ୍ୟ ଅଛନ୍ତି।ବସ୍‌ଟି ରାସ୍ତାରୁ ପ୍ରାୟ ୩୦୦ ମିଟର ତଳେ ଥିବା ତ୍ରିଶୁଳି ନଦୀରେ ଖସି ପଡ଼ିଥିଲା। ବସ୍‌ଟି ୪୪ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା।

Leave a Reply

Your email address will not be published. Required fields are marked *