ଆତଙ୍କବାଦୀଙ୍କ ଟାର୍ଗେଟରେ ଲାଲକିଲ୍ଲା ଓ ଦେଶର କିଛି ପ୍ରମୁଖ ମନ୍ଦିର

ନୂଆଦିଲ୍ଲୀ,୨୧/୦୨: ଦିଲ୍ଲୀର ଲାଲକିଲ୍ଲା ଓ ଦେଶର କିଛି ପ୍ରମୁଖ ମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ମିଳିଥିବା ଗୁପ୍ତ ସୂଚନା ଆଧାରରେ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କତା ସୂଚନା ଜାରି କରିଛନ୍ତି। ଆତଙ୍କବାଦୀମାନେ ଲାଲକିଲ୍ଲା ସମ୍ମୁଖରେ ଏକ ବୋମା ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି। ଏହା ସହିତ, ଚାନ୍ଦନୀ ଚୌକରେ ଥିବା ମନ୍ଦିରକୁ ମଧ୍ୟ ଟାର୍ଗେଟ କରାଯାଇଥିବା ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି।ଏଜେନ୍ସିଗୁଡ଼ିକ ଅନୁଯାୟୀ, ଲସ୍କର-ଏ-ତୈବା ଆଇଇଡି ଆକ୍ରମଣ କରିବାକୁ ଯୋଜନା କରୁଛି। ପାକିସ୍ତାନର ଇସଲାମାବାଦରେ ହୋଇଥିବା ମସଜିଦ ବିସ୍ଫୋରଣର ଭଳି ଭାରତର ପ୍ରମୁଖ ମନ୍ଦିର ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ଲସ୍କର-ଏ-ତୈବାର ଟାର୍ଗେଟରେ ରହିଛି।

 

Leave a Reply

Your email address will not be published. Required fields are marked *