ସବୁ ଦେଶ ଉପରେ ୧୦% ଶୁଳ୍କ ଲାଗୁ କଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୧/୦୨: ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ଟାରିଫ୍ ବେଆଇନ ଘୋଷଣା କରିବାର କିଛି ଘଣ୍ଟା ପରେ, ଟ୍ରମ୍ପ ଓଭାଲ୍ ଅଫିସରୁ ଏକ ନୂତନ କାର୍ଯ୍ୟନିର୍ବାହୀ ଅର୍ଡର ସ୍ୱାକ୍ଷର କରିଛନ୍ତି। ଏହି ନୂତନ ଆଦେଶ ଅନୁଯାୟୀ, ସମସ୍ତ ଦେଶରୁ ଆମେରିକାକୁ ଆସୁଥିବା ଆମଦାନି ଉପରେ ଏବେ ୧୦% ବିଶ୍ୱ ଟାରିଫ୍ ଲାଗୁ ହେବ । ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏହି କଠୋର ନିଷ୍ପତ୍ତି ବିଷୟରେ ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ମୁଁ ଗର୍ବର ସହିତ ଘୋଷଣା କରୁଛି ମୁଁ ଓଭାଲ୍ ଅଫିସରୁ ସମସ୍ତ ଦେଶ ଉପରେ ୧୦% ବିଶ୍ୱବ୍ୟାପୀ ଶୁଳ୍କ ସ୍ୱାକ୍ଷର କରିଛି। ଏହା ତୁରନ୍ତ କାର୍ଯ୍ୟକାରୀ ହେବ। ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ, ସେ ୧୯୭୪ ମସିହାର ବାଣିଜ୍ୟ ଆଇନର ଧାରା ୧୨୨ ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି କରୁଛନ୍ତି। ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି, ଯଦି ଆବଶ୍ୟକ ହୁଏ, ତେବେ ସେ ଏହି ଶୁଳ୍କ ହାରଗୁଡ଼ିକୁ ଆହୁରି ବୃଦ୍ଧି କରିପାରିବେ ।

Leave a Reply

Your email address will not be published. Required fields are marked *