କଟକ ଜିଲ୍ଲା ପାଗାରେ ବାଣ ବିସ୍ଫୋରଣ ଘଟଣା, ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୦/୦୨: କଟକ ଜିଲ୍ଲା ପାଗାରେ ବାଣ ବିସ୍ଫୋରଣ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା। ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ସୁଧାଂଶୁବାଳାଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି । ଗତକାଲି ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ମା’ ଓ ଝିଅଙ୍କ ଜୀବନ ଚାଲିଯାଇଥିଲା । ୩୨ ବର୍ଷୀୟା ଜୁଲି ନାୟକ ଓ ତାଙ୍କ ୩ବର୍ଷ ଝିଅର ମୃତ୍ୟୁ ହୋଇଥିଲା । ଜୁଲିଙ୍କ ଶାଶୁ ସୁଧାଂଶୁବାଳାଙ୍କର ଆଜି ମୃତ୍ୟୁ ହୋଇଛି । ଜଗତପୁର ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଅଘଟଣ ଘଟିଥିଲା। ଗତ ରାତି ପ୍ରାୟ ୭ଟା ସମୟରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେବାର କିଛି ସମୟ ମଧ୍ୟରେ ଅଞ୍ଚଳ ଧୂଆଁ ମୟ ହୋଇ ପଡ଼ିଥିଲା । ଶାଶୂ, ବୋହୂ ଓ ନାତୁଣୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତଳେ ପଡ଼ିଥିଲେ। ପୁଲିସ୍ ସହାୟତାରେ ତୁରନ୍ତ ସେମାନଙ୍କୁ ଏସସିବିକୁ ନିଆଯାଇଥିଲା। ଏହାପରେ ଜଣକ ପରେ ଜଣଙ୍କର ମୃତ୍ୟୁ ହେଉଛି ।

Leave a Reply

Your email address will not be published. Required fields are marked *