ଭୁବନେଶ୍ୱର,୨୦/୦୨: ୨୦୨୬ର ପ୍ରଥମ ଚନ୍ଦ୍ର ଗ୍ରହଣ ଏଥର ଦୋଳ ପୂର୍ଣ୍ଣିମାରେ ପଡ଼ୁଛି । ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହାକୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଏହି ଗ୍ରହଣ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ଭାରତୀୟ ସମୟ ଅନୁସାରେ, ଚନ୍ଦ୍ରଗ୍ରହଣ ଅପରାହ୍ନ ୩:୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬:୪୭ ପର୍ଯ୍ୟନ୍ତ ଚାଲିବ। ଗ୍ରହଣର ମୋଟ ଅବଧି ୩ ଘଣ୍ଟା ୨୭ ମିନିଟ୍ ହେବ। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ, ତେଣୁ ଏହାର ଘାତ କାଳ ବି ମାନ୍ୟ ହେବ । ଚନ୍ଦ୍ରଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଘାତ ସମୟ ଆରମ୍ଭ ହେବ । ଜ୍ୟୋତିଷ ଶାସ୍ତ୍ର ଏବଂ ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ସମୟ ମଧ୍ୟରେ ଶୁଭ କାର୍ଯ୍ୟ କରିବା ଅନୁଚିତ । ଘାତ କାଳ ମାର୍ଚ୍ଚ ୩ ତାରିଖ ସକାଳ ୬.୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬.୪୬ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ, ଖାଇବା ପିଇବାଠାରୁ ପୂଜା କରିବା ପର୍ଯ୍ୟନ୍ତ ଅନେକ କାର୍ଯ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।୩ ମାର୍ଚ୍ଚରେ ହେବାକୁ ଥିବା ୨୦୨୬ର ପ୍ରଥମ ଗ୍ରହଣ ଏବଂ ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଏହି ଚନ୍ଦ୍ରଗ୍ରହଣ ପଶ୍ଚିମବଙ୍ଗ, ମିଜୋରାମ, ନାଗାଲାଣ୍ଡ, ମଣିପୁର, ଆସାମ ଏବଂ ଅରୁଣାଚଳ ପ୍ରଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଦୃଶ୍ୟମାନ ହେବ।